Skip to playerSkip to main contentSkip to footer
  • 5/31/2025
ପୁରୀ: ମେ' 31କୁ ସାରା ବିଶ୍ବରେ ବିଶ୍ଵ ତମାଖୁ ନିଷେଧ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ତମାଖୁ ସେବନରେ ଶରୀର ଅସୁସ୍ଥ ହୋଇଥାଏ ସେ ନେଇ ଏକ ସଚେତନତା ବାର୍ତ୍ତା ବାଲୁକା ଚିତ୍ରକଳା ମାଧ୍ୟମରେ ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନୀଳାଦ୍ରି ବିଚରେ ଏହି ବାଲୁକାଚିତ୍ରକଳା ନିର୍ମାଣ କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ଏକ ହଜାର ସିଗାରେଟର ପ୍ରତିକୃତି ହୋଇଛି । ଆଠ ଫୁଟ ଉଚ୍ଚତାରେ ଏହି ବାଲୁକା ଚିତ୍ରକଳାରେ ସାତ ଟନ ବାଲି ବ୍ୟବହାର ହୋଇଛି । ତେବେ ସମାଖୁ ସେବନ ଦ୍ଵାରା ଶରୀର କ୍ଷତି ହେବା ସହ ତମାଖୁ ସେବନକାରୀ ବ୍ୟକ୍ତି ମୃତ୍ୟୁ ହେଲେ ଉକ୍ତ ବ୍ୟକ୍ତିର ପରିବାର ମଧ୍ୟ ଭାଙ୍ଗିଯାଏ । ଏହି କିଛି ବାର୍ତ୍ତା ଏହି ବାଲୁକା ଚିତ୍ରକଳାରେ ଦିଆଯାଇଛି । ତେଣୁ ନିଜ ଶରୀରକୁ ସୁସ୍ଥ ରଖିବା ସହ ନିଜ ପରିବାରର ସୁରକ୍ଷା ପାଇଁ ସମସ୍ତେ ତମାଖୁ ସେବନରୁ ନିବୃତ ରହିବାକୁ ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଏକ ହିସାବ ଅନୁସାରେ ପ୍ରତିବର୍ଷ ତମାଖୁ ସେବନ ଦ୍ଵାରା ସାରା ବିଶ୍ଵରେ 70 ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । 1987 ମସିହା ଠାରୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ସଦସ୍ୟ ରାଷ୍ଟ୍ର ମାନେ ପ୍ରତିବର୍ଷ ମେ 31 ତାରିଖକୁ ବିଶ୍ଵ ତମାଖୁ ବର୍ଜନ ଦିବସ ଭାବେ ପାଳନ କରୁଛନ୍ତି। 

Category

🗞
News

Recommended