Skip to playerSkip to main contentSkip to footer
  • 4 days ago
ବୌଦ୍ଧ: ମହାନଦୀରେ ଫସିଲେ ହାତୀପଲ । ବୌଦ୍ଧ ଜିଲ୍ଲା କୁଲାରୀକୁଦ ଟାପୁରେ ଫସିଛନ୍ତି ଆଠ ଟିକିଆ ହାତୀପଲ । ଦୁଇ ଦିନ ହେଲା ଆଠମଲ୍ଲିକ ବନାଞ୍ଚଳରୁ ମହାନଦୀ ପାର୍ ହୋଉଥିବା ବେଳେ କୁଲାରୀକୁଦ ଟାପୁରେ ଫସିଛନ୍ତି ଏହି ହାତୀପଲ । ବର୍ତ୍ତମାନ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନଦୀ ପାର୍ ହୋଇନପାରି ଟାପୁରେ ଫସିଛନ୍ତି ଏହି ହାତୀପଲ । ସେପେଟେ ହାତୀଙ୍କ ଗତିବିଧି ଉପରେ ଡ୍ରୋନ ସାହାଯ୍ୟରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ ।ଏହି ହାତୀପଲ ପଡୋଶୀ ଆଠମଲ୍ଲିକ ବନାଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି । ଗୋଟିଏ ଦନ୍ତା ଓ ଦୁଇଟି ଛୁଆ ହାତୀ ଏଭଳି ସମୁଦାୟ ଆଠଟି ହାତୀ କୁଲାରୀ କୁଦ ଟାପୁରେ ଫସିଥିବା ସୂଚନା ଦେଇଛି ବନ ବିଭାଗ । ଗତ ଦୁଇ ଦିନ ପୂର୍ବରୁ ଆଠମଲ୍ଲିକ ବନାଞ୍ଚଳର ଫକୀରପୁର ଗ୍ରାମ ନିକଟରେ କିଛି ହାତୀକୁ ଦେଖି ଗ୍ରାମବାସୀ ମାନେ ଭୟଭୀତ ହୋଇ ବାଣ ଫୁଟାଇବା ସହ ନିଆଁ ହୁଳା ଦେଖାଇଥିଲେ । ଫଳରେ ହାତୀପଲ ହଠାତ୍ ମହାନଦୀ ଗର୍ଭରେ ପଶି କୁଲାରୀ କୁଦ ଦ୍ୱୀପରେ ଦୁଇ ଦିନ ହେଲା ଫସି ରହିଛନ୍ତି । ତେବେ ବର୍ଷା ଦିନରେ ମହାନଦୀର ଉଚ୍ଛୁଳା ବନ୍ୟାପାଣିରେ ହାତୀ ପଲ ଦ୍ୱୀପକୁ ଆସିବା ପ୍ରଥମ ଘଟଣା ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।
 ଏହା ମଧ୍ୟ ପଢନ୍ତୁ...ଗଜରାଜଙ୍କ ସୁରକ୍ଷାରେ ବନ ବିଭାଗ, ଜଙ୍ଗଲରେ ହାତୀଙ୍କ ପାଇଁ ଲାଗିବ ବାଉଁଶ ଓ ପଣସ ଗଛ - NUMBER OF ELEPHANTS IN ODISHA ଏହା ମଧ୍ୟ ପଢନ୍ତୁ...ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍‌ ବନବିଭାଗ - ELEPHANT RESCUE FROM RIVER ଏହା ମଧ୍ୟ ପଢନ୍ତୁ... ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା ହାତୀ: ପ୍ରସବ ପାଇଁ ଅଟକିଲା ଟ୍ରେନ - ELEPHANT BIRTH NEAR RAILWAY TRACKଇଟିଭି ଭାରତ, ବୌଦ୍ଧ 

Category

🗞
News
Transcript
00:00foreign
00:14foreign
00:30Thank you very much.
01:00Thank you very much.

Recommended