Beautiful Hindu Wedding in Dhankauda Sambalpur: Pramod holds Pooja's hand witnessing fire for seven births

  • last year
ଆଜିର ଆଦର୍ଶ ବିବାହରେ ଆଶ୍ରମର ଅନ୍ତେବାସୀ ପୂଜା ସାତ ଜନ୍ମର ଜିବନ ସାଥି ଭାବରେ ପ୍ରମୋଦର ହାତ ଧରିଛି ।

ଶାଶୁଘର ଯିବେ ପୂଜା, ହାତରେ ମେହେନ୍ଦି ଆଖିରେ ଆଖିଏ ସ୍ବପ୍ନନେଇ ଶିଶୁଯତ୍ନ କେନ୍ଦ୍ର ଗୃହ ରୁ ବିଦାହେବେ ଶାଶୁଘର । ଏଭଳି ଏକ ଅନନ୍ୟ ବାହାଘର ଦେଖିବାକୁ ମିଳିଛି ସମ୍ବଲପୁର ସହରର ଧନକଉଡା ସ୍ଥିତ ଶିଶୁଯତ୍ନ କେନ୍ଦ୍ର ଗୃହରେ ।

କଥାରେ ଅଛି ବାହାଘର ଭଗବାନ ହିଁ ଠିକ କରିଥାନ୍ତି । ସାତଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀରଖି ବିବାହ ବନ୍ଧନରେ ଆବନ୍ଧ ହୋଇଥାନ୍ତି ସ୍ବାମୀ ସ୍ତ୍ରୀ । ଏଭଳି ଏକ ପବିତ୍ର ବନ୍ଧନ ଆଜି ସମ୍ବଲପୁର ଧନକଉଡ଼ା ସ୍ଥିତ ଶିଶୁଯତ୍ନ କେନ୍ଦ୍ର ରେ ଦେଖିବାକୁ ମିଳିଛି । ଧନକଉଡା ଅନାଥ ଆଶ୍ରମରେ ରହୁଥିବା ପୂଜା ଆଶ୍ରମରେ ହିଁ ଛୋଟରୁ ବଡ ହୋଇଥିଲେ । ତେବେ ପୂଜା ବିବାହ ଯୋଗ୍ୟ ହେବାପରେ ହଟାତ ତାଙ୍କ ପାଖକୁ ବରଗଡ ବରପାଲିରୁ ପଣ୍ଡା ପରିବାରରୁ ଆସିଥିଲା ବିବାହ ପ୍ରସ୍ତାବ ସେଥିରେ ରାଜି ହୋଇଯାଇଥିଲେ ପୂଜା । ଏଥିରେ ଆଶ୍ରମ କତୃପକ୍ଷ ଜିଲ୍ଲାପ୍ରଶାସନକୁ ଜଣାଇଥିଲେ ପୂଜାର ବାହାଘର ପାଇଁ ଆଉ ଶେଷରେ ଉଭୟ ପକ୍ଷ ବିବାହ ପାଇଁ ରାଜି ହୋଇଥିଲେ ।

Recommended