ଅସୁରେଶ୍ଵର ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା: ଭୁବନେଶ୍ୱରକୁ ହରାଇ କଟକ ଚାମ୍ପିୟନ !

  • 2 years ago
ଅସୁରେଶ୍ଵର ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା: ଭୁବନେଶ୍ୱରକୁ ହରାଇ କଟକ ଚାମ୍ପିୟନ !

କଟକ: 27/12/2021(ଅକ୍ଷୟ କୁମାର ସିଂହ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ଆଥଲଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ 47ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା 8ଟି ଟିମ୍ କୁ ନେଇ ଗତ 12 ତାରିଖରୁ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇ ଆସୁଥିବା ବେଳେ ଗତ ରବିବାର ଦିନ ଏହାର ଉଦ୍ଜାପନୀ ଉତ୍ସବ ବା ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି।

ଏହି ଫାଇନାଲ ପ୍ରତିଯୋଗିତାରେ ପ୍ରତାପ କ୍ଲବ ଭୁବନେଶ୍ୱର ଏବଂ ୟୁନାଇଟେଡ଼ ଜୟଦୁର୍ଗା କ୍ଲବ ବରଦା କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦୁଇ ଦଳଙ୍କ ମଧ୍ୟରେ ଖେଳ ବହୁତ ସଙ୍ଘର୍ଷପୂର୍ଣ୍ଣ ଥିଲା। ଧାର୍ଯ୍ୟ ସମୟ ଭିତରେ ଉଭୟ ଦଳ କେହି କାହାରିକୁକୁ ଗୋଲ୍ ଦେଇପାରିନଥିଲେ।ରେଫ୍ରିଙ୍କ ନିର୍ଦେଶ କ୍ରମେ ଟ୍ଇବ୍ରେକର ଜରିଆରେ ପ୍ରତାପ କ୍ଲବ ଭୁବନେଶ୍ୱର କୁ 4/3 ଗୋଲ୍ ଦେଇ ୟୁନାଇଟେଡ଼ ଜୟ ଦୁର୍ଗା କ୍ଲବ ବରଦା କଟକ ବିଜୟ ଲାଭ କରି ଚଳିତବର୍ଷ ଚାମ୍ପିଅନ ହୋଇଥିଲା।

ଏହି ଖେଳ ଦେଖିବାପାଇଁ ଅଞ୍ଚଳର ହଜାର ହଜାର ଖେଳ ପ୍ରେମୀ ପଡ଼ିଆରେ ଉପସ୍ଥିତ ଥିଲେ। ସଞ୍ଜିବ ଦାସ,ପ୍ରଦିପ୍ତ ଦାସ, ସଫିକୁଲ ଖାଁ, ରସାନନ୍ଦ ସାମଲ ଖେଳକୁ ପରିଚାଳନା କରିଥିଲେ। ସରପଞ୍ଚ ମହେଶ୍ୱର ବାରିକ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ଓ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଅଶୋକ କୁମାର ଓଝା ପ୍ରମୁଖ ଅତିଥିରୁପେ ଯୋଗଦେଇଥିଲେ। ଅନୁଷ୍ଠାନର ସମ୍ଫାଦକ ତଥା କଟକ ଜିଲ୍ଲା ବିଜୁ ଜନତା ଦଳ ସହ ସମ୍ପାଦକ ବିଜୟ କୁମାର ବଳ ସ୍ବାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ।ସମତି ସଭ୍ୟ ଅନ୍ତରାମ ସିଂହ ଧନ୍ୟବାଦ ଦେଇଥିଲେ। ଆସୋସିଏସନ୍ ପକ୍ଷରୁ ସଭ୍ୟ ଦିବ୍ୟରଞ୍ଜନ ସିଂହ, ସାଗର କୁମାର ଲାଲ୍, ପ୍ରମୋଦ କୁମାର ସାହୁ,ବିଜୟ କୁମାର ସାହୁ, ପତନ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।