Prism News

@prismnewsodisha
ବଦଳୁଥିବା ଡିଜିଟାଲ ମିଡିଆ ଯୁଗରେ ଆପଣଙ୍କ ସ୍ୱରକୁ ସର୍ବାଗ୍ରେ ପ୍ରାଧାନ୍ୟ ଦେଉଛୁ । ଆମେ ଆପଣଙ୍କ ପାଇଁ ସଦାସର୍ବଦା ସମର୍ପିତ ରହିବୁ। ଚିରାଚରିତ ଢାଞ୍ଚାକୁ ସମ୍ମାନ ଜଣାଇ ନୂଆ ଟେକ୍ନୋଲୋଜି ସାଥିରେ ଆଗକୁ ବଢ଼ିବୁ । ଭିନ୍ନ ଶୈଳୀରେ ଖବର ସାଙ୍ଗକୁ ମନୋରଞ୍ଜନ କରାଇବା ପାଇଁ ସଂକଳ୍ପ ନେଇ ଆପଣଙ୍କ ସମର୍ଥନ ହାସଲ ଆଶା କରୁଛୁ । ପ୍ରତିଟି ଖବର ନିରପେକ୍ଷ, ସତ୍ୟ ଓ ତଥ୍ୟ ଭିତ୍ତିକ ରହିବ । ମନୋରଞ୍ଜନ ଖବର ଦେବାକୁ ଯାଇ ଅତିରଞ୍ଜିତ କିମ୍ବା ଆପଣଙ୍କୁ ଦ୍ବନ୍ଦ୍ୱରେ ରଖିବାକୁ ପ୍ରୟାସ କରିବୁ ନାହିଁ। ଏ ମଞ୍ଚ ଆପଣଙ୍କର, ଆଉ ଆମେ ଆପଣଙ୍କ ପାଖରେ ଆମ କାମ ପାଇଁ ସର୍ବଦା ଉତ୍ତରଦାୟୀ ରହିବୁ ।